Latest News

ଲଘୁ ଖଣିଜ ବିଭାଗର ଚଢ଼ାଉ : ଟ୍ରାକ୍ଟର ଜବତ

Apr 24, 2025
Odishakhabar:Champua-keonjhar-1025

 ଚମ୍ପୁଆ, ୨୪/୦୪(ତ୍ରିନାଥ ମହାନ୍ତ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ଭଣ୍ଡା ର୍ମେମେଦା ନାଳରୁ ବାଲି ଚୋରା ଚାଲାଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଲଘୁଖଣିଜ ବିଭାଗ ତତ୍ପର ହୋଇ ଉଠିଛି। ଆଜି ଲଘୁ ଖଣିଜ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ଚୋରା ବାଲି ଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଜବତ କରି ଦୁଇ ଲକ୍ଷ ଟଙ୍କା ଜୋରିମାନା କରା ଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ସକାଳୁ ଚମ୍ପୁଆ ଲଘୁ ଖଣିଜ ବିଭାଗ ଅଧିକାରୀ ସୁପ୍ରଭା ନାୟକ ଭଣ୍ଡା ମେର୍ମେଦା ନାଳରେ ସଦଳବଳେ ଚଢାଉ କରି ଚୋରା ବାଲି ଚାଲାଣ କରୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଗାଡି ନଂ ଓଡ଼ି୦୯ ଇଉ ୮୧୮୫ କୁ ଜବତ କରିଥିବା ଜଣାପଡିଛି । ଟ୍ରାକ୍ଟର ଟିକୁ ବିଭାଗ ଜବତ କରି ଦୁଇ ଲକ୍ଷ ଟଙ୍କା ଜୋରିମାନା କରିଥିବା ନେଇ ଅଧିକାରୀ ସୁପ୍ରଭା ନାୟକ ସୂଚନା ଦେବା ସହ ଆଗାମୀ ଦିନରେ ବାଲି ଚୋରା ଚାଲାଣ କାରୀଙ୍କ ବିରୋଧରେ ଚଢ଼ାଉକୁ ଜୋରଦାର କରାଯିବା ନେଇ ସୂଚନା ଦେଇଛନ୍ତି।

Related Post