ଚମ୍ପୁଆ, (୨୪/୦୪) ଚମ୍ପୁଆ ବଜାର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଆଜି ଠାରୁ ସାପ୍ତାହିକ ଭାଗବତ ପାରାୟଣ ଶୁଭାରମ୍ଭ ହୋଇଛି । ବୁଧବାର ସକାଳୁ ସ୍ଥାନୀୟ ବୈତରଣୀ ନଦୀରୁ ଏକ କଳସ ଶୋଭାଯାତ୍ରାରେ ଘଟ ଆଣି ରୀତି ନିତି ଅନୁଯାୟୀ ପୂଜାର୍ଚ୍ଚନା କରି ସ୍ଥାପନ କରା ଯିବା ପରେ ଭାଗବତ ପାରାୟଣ ଆରମ୍ଭ ହୋଇଥିଲା। ପଣ୍ଡିତ ଭରତ ଚନ୍ଦ୍ର ପଣ୍ଡା ଓ ସୁଧାଂଶୁ ପଣ୍ଡା ଭାଗବତ ପଠନ କରୁଥିବା ବେଳେ ସୁଶାନ୍ତ କୁମାର ପଣ୍ଡା ଓ ମନ୍ଦିର ପୂଜକ ରବୀନ୍ଦ୍ର ପତି ସହଯୋଗ କରୁଛନ୍ତି। କର୍ତ୍ତା ଭାବେ କମିଟି ସଦସ୍ୟ ସୁଦାମ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଉଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ ରାହାସ ମନ୍ଦିର କମିଟି ସଭାପତି ଗିରିଶ ଚନ୍ଦ୍ର ନନ୍ଦ, ସମ୍ପାଦକ ନୟନ ପାଢ଼ୀ, କୋଷାଧ୍ୟକ୍ଷ ଅକ୍ଷୟ ପରିଡ଼ାଙ୍କ ସମେତ ସଦସ୍ୟ ସୁଶାନ୍ତ ସାହୁ, ଦିଲ୍ଲୀପ ସାହୁ, ଧିରଜ ଚାଉଡା, ନଣ୍ଡା ସାହୁ, ବରୁଣ ସାହୁ, ସୁରେନ୍ଦ୍ର ସାହୁ, ପରମା ଦାସ ପ୍ରମୁଖ ସହଯୋଗ କରୁଛନ୍ତି। ତେବେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରୋତା ଯୋଗ ଦେଇ ଭାଗବତ ପଠନ ଶ୍ରବଣ କରିବାକୁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି।