Latest News

ଚମ୍ପୁଆ ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ

Apr 24, 2025
Odishakhabar:Champua-keonjhar-1024

 ଚମ୍ପୁଆ, ୨୪/୦୪(ତ୍ରିନାଥ ମହାନ୍ତ) ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଳକ ଉନ୍ନୟନ ଅଧିକାରୀ ଶୃତି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ୧୫ନଂ ଜୋନର ଜିଲ୍ଲାପରିଷଦ ରମଣି ନାଏକ, ବଡ଼ବିଲ ବିଧାୟକ ପ୍ରତିନିଧି ସଞ୍ଜିବ କୁମାର ବେହେରା, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ସାଂସଦ ଚମ୍ପୁଆ ପ୍ରତିନିଧି ସିଦ୍ଧାର୍ଥ ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଡ଼ିଓ ଶ୍ରୀ ସାହୁ ବିଧିବଦ୍ଧ ଭାବେ ସଭା କାର୍ଯ୍ୟ ଆରମ୍ଭ କରିବା ପରେ ଅତିଥିମାନେ ଜାତୀୟ ପଞ୍ଚାୟତରାଜ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ନିରବଚ୍ଛିନ୍ନ ନିରବ ଆନ୍ଦୋଳନ। ଲୋକଙ୍କ ଭିତରେ ଶୋଇ ପଡ଼ିଥିବା ଶକ୍ତି ଓ ସାମର୍ଥ୍ୟକୁ ଜାଗ୍ରତ କରିବା ପାଇଁ ଯେଉଁ ସାର୍ଥକ ନେତୃତ୍ୱର ଆବଶ୍ୟକତା ରହିଛି, ତାହା ଏହି ବ୍ୟବସ୍ଥା ମାଧ୍ୟମରେ ହିଁ ସମ୍ଭବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ ପରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ନୂଆ ଯୁଗର ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହୋଇଛି। ଡବଲ ଇଞ୍ଜିନ୍ ସରକାରଙ୍କ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଦୀର୍ଘସ୍ଥାୟୀ ବହୁମୁଖୀ ପ୍ରକଳ୍ପ ମାଧ୍ୟମରେ ଭିତ୍ତିଭୂମିର ବିକାଶ ସହିତ ଗ୍ରାମାଞ୍ଚଳର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିକୁ ଆଧାର କରି ଗ୍ରାମ୍ୟ ସଂସ୍କୃତି, ପରମ୍ପରା ଓ ଚଳଣିର ସଂରକ୍ଷଣ ସହିତ ଏକ ସମୃଦ୍ଧ ଗାଁ ଗଠନର ମୂଳଦୁଆ ପଡ଼ିବା ବର୍ତ୍ତମାନର ଭାଜପା ସରକାରଙ୍କ ଲକ୍ଷ୍ୟ ବୋଲି ମତ ପୋଷଣ କରିଥିଲେ। ଶେଷରେ ମନରେଗା ଯୋଜନା, ଗ୍ରାମାଞ୍ଚଳ ଗୃହ ଯୋଜନା ତଥା ସି ଏଫ୍ ସି, ଏସ ଏଫ୍ ସି, ସାନିଟେସନ, ଓଏସଆର ପ୍ରଭୂତି ଯୋଜନାରେ ସଫଳ ରୂପାୟନ କରିଥିବା ପଞ୍ଚାୟତ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ନୂତନ ଖାଉଟି କାର୍ଡ ହିତାଧିକାରୀ ମାନଙ୍କୁ ପ୍ରଦାନ କରା ଯାଇଥିଲା । ସଭା ଶେଷରେ ଅତିରିକ୍ତ ପଞ୍ଚାୟତ ସମିତି ଅଧିକାରୀ ଚୁନୁ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୨ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତିର ବିଭିନ୍ନ ଅଧିକାରୀ, କର୍ମଚାରୀ, ସ୍ଵୟଂସହାୟିକା ଗୋଷ୍ଠି ସଦସ୍ୟା ଓ ଜନସାଧାରଣ ଉପସ୍ଥିତ ଥିଲେ। 

Related Post