ଯନ୍ତ୍ରୀଙଚମ୍ପୁଆ, ( ୧୬/0୮ ) ଚମ୍ପୁଆ ବ୍ଲକ ଯନ୍ତ୍ରୀଙ୍କ ପ୍ରେମରେ ଉବୁଟୁବୁ ହୋଇ ଘର ଛାଡି ଚାଲି ଯାଇଛନ୍ତି ରିମୁଳି ସରପଞ୍ଚ l ଫଳରେ ସରପଞ୍ଚଙ୍କ ସ୍ୱାମୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ଘଟଣା ଏବେ ଚମ୍ପୁଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ପଞ୍ଚାୟତ ସରପଞ୍ଚ ଏହି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ପ୍ରେମରେ ପଡି ପରିବାର ଲୋକଙ୍କୁ ହତାଦର କରି ଗତ କିଛି ମାସ ହେବ ଘର ଛାଡି ଦେଇଥିବାବେଳେ ଏହାକୁ ନେଇ ଘର ଲୋକେ ଯନ୍ତ୍ରୀଙ୍କୁ ପଚାରିବାରୁ ଯନ୍ତ୍ରୀ ଜଣକ ଧମକ ଚମକ ଦେଉଥିବା ଅଭିଯୋଗ କରି ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି l ଅଭିଯୋଗ ଅନୁସାରେ ରିମୁଳି ପଞ୍ଚାୟତ ସରପଞ୍ଚଙ୍କୁ ସେହି ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଗତ ୬ ମାସ ହେବ ଟଙ୍କା, ସୁନା, ରୁପା ଦେଇ ପ୍ରଲୋଭିତ କରିବା ଯୋଗୁଁ ସରପଞ୍ଚ ତାଙ୍କ ସ୍ୱମୀଙ୍କୁ ଛାଡି ଚାଲି ଯାଇଛନ୍ତି l ସରପଞ୍ଚ ସ୍ୱାମୀ ଓ ତାଙ୍କ ପରିବାରକୁ ଛାଡି ଚାଲି ଯିବା ପରେ ଏବେ ସେ କେଉଁଠି ରହୁଛନ୍ତି ପରିବାର ଲୋକେ ଜାଣି ପାରୁ ନାହାନ୍ତି l ଫଳରେ ଏ ନେଇ ସରପଞ୍ଚଙ୍କ ସ୍ୱାମୀ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଯୋଗା ଯୋଗ କରିବାରୁ ଜନୈକ ଯନ୍ତ୍ରୀ ସରପଞ୍ଚଙ୍କ ସ୍ୱାମୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି l ଏପରିକି ସରପଞ୍ଚଙ୍କ ସ୍ୱାମୀଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଉଛନ୍ତି l ଯାହାକୁ ନେଇ ତାଙ୍କ ପରିବାର ଲୋକ ମାନସିକ ଅସ୍ଥିରତା ମଧ୍ୟରେ ରହୁଛନ୍ତି l ଏ ପରିକି ଯନ୍ତ୍ରୀଙ୍କ ସ୍ତ୍ରୀ ମଧ୍ୟ ବହୁବାର ସରପଞ୍ଚଙ୍କ ସ୍ୱାମୀଙ୍କୁ ଫୋନ କରି ତାଙ୍କ ସ୍ୱାମୀଙ୍କ ସହିତ ସରପଞ୍ଚଙ୍କ ଅନୈତିକ ସମ୍ପର୍କ ରହିଥିବା କଥା କହିଥିବା ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି l ତେବେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ତୁରନ୍ତ ଚମ୍ପୁଆ ବ୍ଲକରୁ ବଦଳି କରିବା ପାଇଁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକ ଚମ୍ପୁଆ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଯଦି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ପରିବାର ଲୋକେ ସମସ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଲିଖିତ ଅଭିଯୋଗରେ ଦର୍ଶାଇଥିବା ଜଣାପଡିଛି l ଏ ସମ୍ପର୍କରେ ସମ୍ପୃକ୍ତ ସରପଞ୍ଚଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେହେଁ ତାଙ୍କ ଫୋନ ଲାଗି ନ ଥିବାରୁ କୌଣସି ମତାମତ ମିଳି ପାରି ନ ଥିବାବେଳେ ଅନ୍ୟ ପଟେ ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ଅଭିଯୋଗ ପାଇ ଉପଜିଲ୍ଲାପାଳ ଚମ୍ପୁଆ ବି ଡି ଓ ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ମାଧ୍ୟମରେ ଅବଗତ କରିଥିବା ସରପଞ୍ଚଙ୍କ ସ୍ୱାମୀଙ୍କୁ ସୂଚନା ଦେଇଥିବା ଜଣା ପଡିଛି l