Latest News

ସମାଜ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ – ସୂର୍ଯ୍ୟବଂଶୀ ସୂରଜ

Dec 01, 2024
Odishakhabar:

 ଭୁବନେଶ୍ୱର, 1 ଡିସେମ୍ବର– ସମାଜ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କାରଣ ଶିକ୍ଷକ ମାନେ ହିଁ ମାଟି ପିଣ୍ଡୁଳାକୁ ଜୀବନ୍ୟାସ ଦେଇଥାନ୍ତି। ତେଣୁ ଦେଶକୁ ପରମ ବୈଭବର ଶିଖରକୁ ପହଂଚାଇବାକୁ ହେଲେ ଶିକ୍ଷକ ମାନଙ୍କୁ ସେମାନଙ୍କର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବାକୁ ପଡିବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଭୁବନେଶ୍ୱର ସ୍ଥିତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ ଠାରେ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ସୂରଜ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଇଂରେଜ ଓ ମେକାଲେଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ନୀତି ଭାରତୀୟ ମାନଙ୍କର ମେଧାକୁ ସମାପ୍ତ କରି କିରାଣୀ ତିଆରି କରିବା ପାଇଁ ଉଦ୍ଦିଷ୍ଟ ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା  ରାଷ୍ଟ୍ରୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ କରଯାଇ ଦେଶକୁ ପରମ ବୈଭବର ଶିଖରରେ ପହଂଚା ଯାଇ ପାରିବ ।

Related Post