Latest News

ଅଛି ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ – ଯୋଗାଣ ମନ୍ତ୍ରୀ

Oct 22, 2024
Odishakhabar:

 ଭୁବନେଶ୍ୱର, 22 ଅକ୍ଟୋବରପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟଭୀତ ହୁଅନ୍ତୁ ନାହିଁ । ରାଜ୍ୟର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟବାସୀଙ୍କୁ ଏହି ଅପିଲ କରିଛନ୍ତି । 

ସେ ଆଜି  ଅପରାହ୍ନ 4ଟା ବେଳେ ବ୍ୟବସାୟୀଙ୍କ ସହ ବୈଠକ କରିବେ । ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ । ଅଧିକାରୀ ମାନଙ୍କୁ ଏ ବାବଦରେ ଆବଶ୍ୟକୀୟ  ନିର୍ଦ୍ଦେଶ ଦିଆଯାଇଛି । ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାଲି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । 

Related Post